ମମିତା ମେହେର ହତ୍ୟା ଘଟଣା: ଆଜି ଭୋରରୁ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ କିପରିି ହତ୍ୟା କରିଥିଲା ପୁରା ସିନ୍‌ ରିକ୍ରିଏସନ ହୋଇଛି । ଭୋର ୪ଟାରୁ ୪ଟା ୩୦ ମଧ୍ୟରେ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ।

ସୂଚନା ଥାଉକି, ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ଗତକାଲି ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ପହଁଚିଥିଲେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିଥିଲେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତାକୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଥିଲା। ଗୋବିନ୍ଦର ପରକୀୟା ପ୍ରୀତି ଜାଣିଥିଲେ ମମିତା । ମୁଖା ଖୋଲିଯିବା ଭୟରେ ସବୁଦିନ ପାଇଁ ମମିତାଙ୍କ ମୁହଁ ବନ୍ଦ କରିଦେଲା । ଗତ ୮ ତାରିଖରେ ଚକ୍ରାନ୍ତ କରି ଡାକିଥିଲା ଅଭିଯୁକ୍ତ । ଭବାନୀପାଟଣାରୁ କେଗାଁ ଯିବା ବାଟରେ କାର୍‌ ଭିତରେ ମମିତାଙ୍କୁ ମାରିଦେଇଥିଲା ଅଭିଯୁକ୍ତ । ହତ୍ୟା ପରେ ଗାଡ଼ିରେ ମୃତଦେହ ନେଇ ମହାଲିଙ୍ଗ ମିନି ଷ୍ଟାଡିୟମ ଯାଇଥିଲା । ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହକୁ କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡ଼ିଥିଲା ।

୯ ତାରିଖ ସକାଳେ ଗାତରେ ପୋତିଥିଲା ଗୋବିନ୍ଦ । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଅଧିକ ଖୋଳତାଡ ଓ ତଥ୍ୟ ପ୍ରମାଣ ପାଇଁ ଅଭିଯୁକ୍ତ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ତଣ୍ଟିଚିପି ହତ୍ୟା କରାଯାଇଛି କି ନାହିଁ ସ୍ପଷ୍ଟ ହୋଇନି । ଅଧିକ ତଥ୍ୟ ପ୍ରମାଣ ଯୋଗା଼ଡ଼ ପାଇଁ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ମମିତାଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ।

Leave A Reply

Your email address will not be published.