ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ, ୧ ଲକ୍ଷ ଟଙ୍କାର ଜରିମାନା

ଯାଜପୁର ଟାଉନ(କେ ନ୍ୟୁଜ):  ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ପୋକସୋ ଅଦାଲତ ରାୟ ଦେଇଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ଗତ ୨୦୧୬ ମସିହା ଫେବୃଆରୀ ମାସ ୨୨ ତାରିଖ ଦିନ ଜଣେ ନାବାଳିକା ମେଳାରୁ ଫେରୁଥିବା ବେଳେ ଅଭିଯୁକ୍ତ ପ୍ରଦୀପ ନାଥ ଏକ ପଡିଆରେ ଦୁଷ୍କର୍ମ କରିଥିଲା । ଏହି ମାମଲାର ବିଚାର କରି ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକସୋ ଅଦାଲତ ରାୟ ଶୁଣାଇଛନ୍ତି । ଏଥିସହିତ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁଛୁକି  ଯାଜପୁର ରୋଡ଼ ଥାନା  ୨୦୧୬ ମସିହା ଫେବୃଆରୀ ୨୨ ତାରିଖରେ ମେଳା ଦେଖି ଘରକୁ ଫେରୁଥିବାବେଳେ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଲେ ମାନ୍ୟବର ପୋକସୋ ଅଦାଲତ। ପିଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ।

Leave A Reply

Your email address will not be published.