ରାଉରକେଲାରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ପରେ ୩ ମହଲା ଛାତରୁ ତଳକୁ ଡ଼େଇଁ ପଡ଼ିଲା ଅଭିଯୁକ୍ତ

ରାଉରକେଲା: ରାଉରକେଲାରେ ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ। ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଅଞ୍ଚଳର ୨୫ ବର୍ଷୀୟ ଯୁବକ । ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ । ଗତକାଲି ବିଳମ୍ୱିତ ରାତିରେ ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ ।

ତେବେ ଅଭିଯୋଗ ହୋଇଛି କି, ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ଛାତରୁ ତଳକୁ ଡ଼େଇଁ ପଡିଥିଲା। ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ। ଫଳରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

 

ଆହୁରି ପଢ଼ନ୍ତୁ :  ରାଜଧାନୀରେ ସୀମା ଟପିଲା ବର୍ବରତା: ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ