ଦୁଷ୍ମର୍ମ ଅଭିଯୁକ୍ତର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା

ଭଦ୍ରକ :ଦୁଷ୍ମର୍ମ ଅଭିଯୁକ୍ତର ଆତ୍ମହତ୍ୟା ।ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଧାମନଗର ଥାନା ବାଲିଚତୁରି ଗାଁରେ । ବିଷ୍ଣୁ ମୋହନ ପାତ୍ର ନାମକ ଯୁବକ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ନାବାଳିକାର ଡାକ୍ତରୀ ମାଇନା କରାଇଥିଲା । ତେବେ ବିଷ୍ଣୁ ନାଁରେ ମାମଲା ରୁଜୁ ହୋଇଥିବା ଜାଣି ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅମରଗଡ଼ିଆ ନିକଟରୁ ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.