ଫିକା ପଡ଼ିଲା ରକ୍ତ ସଂପର୍କ, ପୁଅକୁ ମାରି ଫ୍ୟାନରେ ଝୁଲାଇ ଦେଲା ବାପା !

କନ୍ଧମାଳ : ଫିକା ପଡ଼ିଲା ରକ୍ତ ସଂପର୍କ । ନିଜ ପୁଅକୁ ମାରି ବାପା ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ । ଫୁଲବାଣୀ ସ୍ଥିତ କେନ୍ଦୁପଦର ସାହିରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଭିଯୋଗ ଅନୁଯାୟୀ, କେନ୍ଦୁପଦର ସାହିର ପ୍ରମୋଦ ବଗର୍ତ୍ତୀ ଓ ତାଙ୍କ ପୁଅ ଅଭିଜିତ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା ।  ଏନେଇ ମୃତ ଅଭିଜିତର ମାଆ ପୂର୍ବରୁ ଥାନାରେ ଏତଲା ଦେଇଥିଲେ ।  ଆଗକୁ ଏହିପରି କୌଣସି ଭୁଲ ନକରିବାକୁ ଥାନାରେ କହିଥିଲା ଅଭିଯୁକ୍ତ ପ୍ରମୋଦ ।  ତେବେ ଗତକାଲି ରାଗରେ ବାପା ପୁଅକୁ ମାରି ଦେବା ପରେ ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି ।   ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ।

 

ଆହୁରି ପଢ଼ନ୍ତୁ :  ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ