ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ, ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ

ଆଠଗଡ଼(କେନ୍ୟୁଜ୍): ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପରଛକରେ ଅଭାବନୀୟ ଘଟଣା । ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ । ମୃତକମାନେ ହେଲେ ଭିରୁଡା ଗ୍ରାମ ଗରପଡ଼ାର ଦୁଇ ଭାଇ ଶରତ ଦେହୁରୀ ଓ ଲକ୍ଷ୍ମଣ ଦେହୁରୀ । ଘଟଣା ସ୍ଥଳରେ ତିଗିରିଆ ଥାନା ପୋଲିସ୍‌ ଓ ଆଠଗଡ଼ DSP ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗତ ହୋଲିରେ ପୁରୁଣା କଟକ ସମ୍ବଲପୁର ରାସ୍ତା ପଶ୍ଚିମେଶ୍ୱର ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ମୃତକ ମାନେ ଝଗଡ଼ା ସହିତ ହୋଟେଲର ଆସବା ପତ୍ର ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ତିଗିରିଆ ଥାନା ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଥିଲା। ପରେ ଏହାର ଆପୋସ ସମାଧାନ ହୋଇଥିଲା । ଏହାକୁ କେନ୍ଦ୍ର କରି ଆଜି ଅପରାହ୍‌ଣରେ ମୃତକମାନେ ଭାପୁର ଅଞ୍ଚଳରୁ କାମ ସାରି ଘରକୁ ଫେରୁଥିବା ସମୟରେ ସଂପୃକ୍ତ ହୋଟେଲର ମାଲିକ ସେମାନଙ୍କୁ ଅଟକାଇ ଝଗଡ଼ା କରିବା ସହ ଏକ ଟ୍ରକ ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.