ସାତ ବର୍ଷ ତଳେ ହୋଇଥିଲା ବାହାଘର, ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ

ସାଲେପୁର: ପୁଣି ବଧୂହତ୍ୟା ଅଭିଯୋଗ । ସାତ ବର୍ଷ ତଳେ ହୋଇଥିଲା ବାହାଘର। ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କ ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ହେଲେ ସାତ ବର୍ଷ ପୂରିଲାନି । ଯୈାତୁକ ପାଇଁ ସ୍ତ୍ରୀର ଜୀବନ ନେବାକୁ ବି ପଛାଇଲେନି ସ୍ବାମୀ । କେଇଟା ଟଙ୍କା ପାଇଁ ଅନ୍ଧ ହୋଇଗଲେ । ସମ୍ପର୍କର ମୂଲ୍ୟ ବୁଝିଲେନି । ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା। ଝିଅ ପାଇଁ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି । କେମିତି ବା ଧୈର୍ଯ୍ୟ ଧରି ରହିବେ । ଯେଉଁଠି ବାପା-ମାଆଙ୍କୁ ବିବାହିତ ଝିଅର ମୃତଦେହ ମିଳେ ସେଇଠି ସବୁ ସ୍ୱପ୍ନ ସରିଯାଏ ବିଶ୍ୱାସ ଭାଙ୍ଗିଯାଏ ।

ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । କଟକ ଜିଲ୍ଲା ମାହାଙ୍ଗା ଥାନା ଅଡମ ମହେଶପୁର ଗାଁ ର ସନ୍ତୋଷ ଦାସ ଧର୍ମପତ୍ନୀ ଗୀତା ରାଣୀ ଜେନାଙ୍କୁ ଆଜକୁ ସାତ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥଲେ। ଗୀତାରାଣୀ ମାହାଙ୍ଗା ଥାନା ଉଷୁମା ଗାଁ ର ନବଘନ ଜେନାଙ୍କ ଝିଅ ।

ବିବାହର ଏକ ବର୍ଷ ଠିକ୍ ଠାକ୍ ଚାଲିଥିଲା । ବର୍ଷେ ପରେ ସ୍ବାମୀ ସନ୍ତୋଷ ଗୀତାରାଣୀଙ୍କୁ ଅକଥନୀୟ ମାଡ଼ ଗାଳି କରି ଅଧୀକ ଯୈାତୁକ ଦାବି କରୁଥିଲେ ସନ୍ତୋଷ। ଏ ବାବଦରେ ଏକାଧିକ ବାର ପଂଚାୟତ ଓ ଥାନାରେ ନିଶାପ ବି ବସିଛି । ହେଲେ ଫଳ ଶୂନ । ଗତକାଲି ମଧ୍ୟାହ୍ନ ସମୟରେ ସ୍ବାମୀ ସନ୍ତୋଷ ଗୀତାରାଣୀଙ୍କୁ ଅତ୍ୟଧିକ ମାଡ଼ ମାରିବା ସହ ଗୀତାରାଣୀଙ୍କୁ ଜୀବନରୁ ମାରି ଦେଇଥିବା ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଈ ।