ଜେଲରେ ପଡିଲା ହାତଗଣ୍ଠି, ଅଭିଯୁକ୍ତଙ୍କୁ ବିବାହ କଲେ ଅଭିଯୋଗକାରିଣୀ

ଚୌଦ୍ୱାର(କେ ନ୍ୟୁଜ): କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରେ ପ୍ରଥମ ଥର ପାଇଁ ଜଣେ ଅଭିଯୁକ୍ତ ବନ୍ଦୀଙ୍କ ସହ ଅଭିଯୋଗକାରିଣୀଙ୍କ ହେବାକୁ ଯାଉଛି ବିବାହ । ଜେଲ୍ ଭିତରେ ଚାଲିଛି ସମସ୍ତ ପ୍ରସ୍ତୁତି । କଟକ ଜିଲ୍ଲା ଗୁରୁଡିଝାଟିଆ ଅଞ୍ଚଳର ରାକେଶ ସିଂ ଓ ସେହି ଅଞ୍ଚଳର ମଞ୍ଜୁ ଚତାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମଞ୍ଜୁ ୭ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପିଡିତାଙ୍କ ପରିବାର ଲୋକ ଗାଁ ମୁରବିଙ୍କ ସହ ଆଲୋଚନା କରି ମଞ୍ଜୁକୁ ବାହା ହେବାକୁ ରାକେଶକୁ କହିଥିଲେ । କିନ୍ତୁ ରାକେଶ ମଞ୍ଜୁକୁ ବାହା ହେବାକୁ ମନା କରିଦେଇଥିଲା । ଘଟଣା ସମୟରେ ମଞ୍ଜୁ ନାବାଳିକା ଥିବାରୁ ପିଡିତାଙ୍କ ପରିବାର ପକ୍ଷରୁ ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଗୁରୁଡିଝାଟିଆ ଥାନାରେ ଏକ ଏତଲା ଦେଇଥିଲେ।

choudwar

ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେ ଠାରୁ ହିଁ ରାକେଶ ଚୌଦ୍ୱାର ଜେଲରେ ବନ୍ଦୀ ଭାବରେ ଜୀବନ ବିତାଉଥିଲା । ଏଥି ମଧ୍ୟରେ ପିଡିତା ସାବାଳିକା ହୋଇ ଯାଇଥିଲା । ସ୍ପେଶାଲ ପୋକସୋ କୋର୍ଟରେ ମାମଲା ବିଚାର ଚାଲିଥିଲା ବେଳେ ଅଭିଯୁକ୍ତ ରାକେଶ ଦୀର୍ଘ ୬ ମାସ ଜେଲ୍ରେ ରହିବା ପରେ ପିଡିତାଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ଆଉ ପରିବାର ଙ୍କ ମଧ୍ୟ ସମ୍ମତି ହୋଇଥିଲା। ଏନେଇ ପିଡିତା ତଥା ତାଙ୍କ ପରିବାରକୁ ଜଣାଇବା ସହ ଡିଜି ଜେଲ୍ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହା ସହ ବିବାହ କରିବା ପାଇଁ

ରାକେଶ କୋର୍ଟଙ୍କୁ ଅବଗତ କରାଇଥିଲା । ପରେ କୋର୍ଟ ଜେଲ୍ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହାପରେ ଜେଲ୍ ଅଧିକ୍ଷକ ଏସଂକ୍ରାନ୍ତରେ ଟାଙ୍ଗୀ-ଚୌଦ୍ୱାର ଏନଜିଓ “ଉଦ୍ଧାର ଫାଉଣ୍ଡେସନ” କୁ ଜଣାଇଥିଲେ। ସଂଗଠନର ମୁଖ୍ୟ ନରୋତ୍ତମ ଦାସ ଉଭୟଙ୍କ ପରିବାର ସହ ଆଲୋଚନା କରି ତାଙ୍କ ସହମତି କ୍ରମେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।