ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଘଟିଥିବା ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସୁଶାନ୍ତ ବେହେରା ପକସୋ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀ ସୁଶାନ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ। ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଏହା ସହିତ ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ପିଡ଼ିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ କୋର୍ଟ।

କଟକ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି। ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ଗୋଟିଏ ବିବାହ ଉତ୍ସବ ଚାଲିଥିବା ବେଳେ ପିଡ଼ିତାକୁ ମା କୋଳରୁ ଦୋଷୀ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ପିଡ଼ିତା କାନ୍ଦିବାରୁ ବରାରୁ ଲଙ୍କା ଖାଇଦେବାରୁ କାନ୍ଦୁଥିବା ପିଡ଼ିତା ମା କୁ କହିଥିଲା ଦୋଷୀ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଦୁଷ୍କର୍ମ ବୋଲି ଜାଣିବା ପରେ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ କରାଯାଇଥିଲା। କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ୯ ଜଣ ସାକ୍ଷୀ ଓ ୧୪ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ମହାନ୍ତି ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.