ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପୋଲିସର ଅସଦାଚରଣ, ହାବିଲଦାରଙ୍କୁ ଅଟକ ରଖି ତଦନ୍ତ କରୁଛି ଭଣ୍ଡାରିପୋଖରୀ ପୋଲିସ୍

ଭଦ୍ରକ : ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପୋଲିସର ଅସଦାଚରଣ । ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଭଣ୍ଡାରିପୋଖରୀ ଥାନାର କର୍ତ୍ତବ୍ୟରତ ଜଣେ ହାବିଲଦାରଙ୍କ ନାଁରେ ଅଭିଯୋଗ । ଭଣ୍ଡାରିପୋଖରୀ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ହାବିଲଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି । ହାବିଲଦାରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ଭଣ୍ଡାରିପୋଖରୀ ପୋଲିସ ।

ମହିଳାଙ୍କ ସ୍ୱାମୀଙ୍କ ନାଁରେ ୱାରେଣ୍ଟ ଆସିଥିଲା । ଭଦ୍ରକ ଭଣ୍ଡାରିପୋଖରୀ ପୋଲିସ ତାଙ୍କ ସ୍ୱାମୀଙ୍କୁ ୧୩ ତାରିଖରେ ଗିରଫ କରିଥିଲା । ହାବିଲଦାରଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ ଅଭିଯୁକ୍ତ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା । ଜେଲ ଯିବା ପରେ ହରମୋହନ ନାୟକ ମହିଳାଙ୍କୁ ବାରମ୍ବାର ଫୋନ କରିଥିଲେ । ପରେ ଘରକୁ ଯାଇ ର୍ଦୁବ୍ୟବହାର କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଅସଦାଚରଣ ଉଦ୍ୟମ କରିବାରୁ ମହିଳା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଲୋକେ ଆସି ହରମୋହନଙ୍କୁ ଦୀର୍ଘ ସମୟ ଅଟକ ରଖିଥିଲେ ଓ ଭଣ୍ଡାରିପୋଖରୀ ପୋଲିସକୁ ହସ୍ତାନ୍ତର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.