ପାରଳାଖେମୁଣ୍ଡି(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡିର ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୨୩ର ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସସିଏଫ ମୃତ୍ୟ ଘଟଣାର ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ କରିଛି । ରିପୋର୍ଟର ନକଲ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ କଟକ କ୍ରାଇମବ୍ରାଞ୍ଚ ଏସପିଙ୍କୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ କ୍ରାଇମବ୍ରାଞ୍ଚକୁ କମିସନ୍ କହିଛନ୍ତି । ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଓଡ଼ିଶା ପୋଲିସ ଉପଯୁକ୍ତ ତଦନ୍ତ କରୁ ନାହିଁ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । କମିସନ୍ ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ।