ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର

ବଲାଙ୍ଗିର (କେନ୍ୟୁଜ୍) : ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର। ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାରେ ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ବୀର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ। ଗତକାଲି ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲାର ଆରନପୁର ନିକଟରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ସଂଗ୍ରହ ପାଇଁ ଯିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ । ଦୂରଦର୍ଶନର ଏକ ତିନି ଜଣିଆ ଟିମ୍ ସହ ସେ ଖବର ସଂଗ୍ରହ ପାଇଁ ଯାଇଥିଲେ । ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ପୂର୍ବରୁ ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ପାଇଁ ସେନାରେ କାର୍ଯ୍ୟ କରିଥିଲେ ।