ଆଜି ଓଡ଼ିଶା ଆସିପାରେ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର

ବଲାଙ୍ଗିର (କେନ୍ୟୁଜ୍) : ଆଜି ବଲାଙ୍ଗିର ପୈତୃକ ଗାଁକୁ ଆସିପାରେ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର । ଗତକାଲି ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲାର ଆରନପୁର ନିକଟରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ସଂଗ୍ରହ ପାଇଁ ଯିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ । ଦୂରଦର୍ଶନର ଏକ ତିନି ଜଣିଆ ଟିମ୍ ସହ ସେ ଖବର ସଂଗ୍ରହ ପାଇଁ ଯାଇଥିଲେ । ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଏହି ଘଟଣା ଜଣା ପଡ଼ିବା ପରେ ତାଙ୍କ ପୈତୃକ ଗାଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁସୁରାମୁଣ୍ଡାରେ ଶୋକର ଛାୟା ଖେଳି ଯାଇଛି । ପୂର୍ବରୁ ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ପାଇଁ ସେନାରେ କାର‌୍ୟ୍ୟ କରିଥିଲେ ।