ଗରିବ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ସହାୟତା କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଏଣିକି ଆଉ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ଆର୍ଥିକ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣଡାକ୍ତରୀ ପଢିବା ପାଇଁ କାହ୍ନଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ୍‌। ସେ ଏବେ ନିଶ୍ଚିନ୍ତରେ ଡାକ୍ତରୀ ପଢାରେ ଧ୍ୟାନ ଦେବେ। ବହୁ ଅଭାବ ଅନଟନ ଓ ସଂଘର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳାର କାହ୍ନଚରଣ ପଣ୍ଡା ନିଜ ପ୍ରତିଭାକୁ ପ୍ରତିପାଦିତ କରିଥିଲେ । ସେ ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ କାହ୍ନଙ୍କ ପାଠପଢାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଏହି ଖବର କିସ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜାଣିବା ପରେ କାହ୍ନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ କାହ୍ନଙ୍କୁ ଡ. ସାମନ୍ତ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କାହ୍ନଙ୍କ ଡାକ୍ତରୀ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଏହା ସହ ତାଙ୍କର ଅନ୍ୟ କିଛି ଆବଶ୍ୟକତା ରହିଲେ ସେଥିପାଇଁ କିସ୍‌ ଫାଉଣ୍ଡେସନ୍‌ ସହଯୋଗ କରିବା ପାଇଁ ଚେଷ୍ଟା କରିବ ବୋଲି ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। କୌଣସି ଛାତ୍ରଛାତ୍ରୀ କିଛି ବି କାରଣରୁ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍‌ ଫାଉଣ୍ଡେସନ୍‌ ସର୍ବଦା ତତ୍ପର ରହି ଆସିଛି। କାହ୍ନଙ୍କ ସହ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଯୋଗ କରାଯିବା ପରେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

KANHU-2

କିସ୍‌ ଫାଉଣ୍ଡେସନ୍‌ର ଏହି ସହାୟତା ପାଇବା ପରେ କାହ୍ନ ଆନନ୍ଦ ପ୍ରକାଶ କରି କହିଛନ୍ତି, କିସ୍‌ ଫାଉଣ୍ଡେସନ୍‌ ଓ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଯୋଗୁଁ ତାଙ୍କର ଡାକ୍ତରୀ ପାଠ ପଢିବା ସ୍ୱପ୍ନ ସାକାର ହେଲା। ଏଥି ପାଇଁ ସେ କିସ୍‌ ଫାଉଣ୍ଡେସନ୍‌ ଓ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.