ଘରେ ଶୋଇଥିବା ବେଳେ ବାପ ପୁଅଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ

କନ୍ଧମାଳ: ବାପ ପୁଅଙ୍କୁ ଏସିଡ୍ ମାଡ । ଘରେ ଶୋଇଥିବା ବେଳେ ବାପ ପୁଅଙ୍କୁ ଏସିଡ୍ ମାଡ ହୋଇଛି । ଏସିଡ୍ ମାଡରେ ବାପ ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତର ବୁଢାକୁଣ୍ଢେଲ ଗାଁରୁ ଆସିଛି ଅଭିଯୋଗ ।  ମୋହନ ପନ୍ଦର ପୁଅ ସହ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ଏସିଡ୍ ମାଡ କରିଥିବା ଅଭିଯୋଗ ହୋଇଛି ।  ଏସିଡ୍ ମାଡରେ ମୋହନ ଓ ପୁଅଙ୍କ ଛାତି ଓ ମୁହଁ ପୋଡି ଯାଇଛି ।  ଅଭିଯୋଗ ପରେ ଘଟଣାର ତଦନ୍ତ ଚଳାଇଛି ପୋଲିସ ।  ତେବେ କିଏ ଓ କାହିଁକି ଏସିଡ୍ ମାଡ କରିଛି, ତାହା ଅସ୍ପଷ୍ଟ ରହିଛି ।