ରାଉରକେଲାରେ ମହିଳାଙ୍କୁ ଆଉ ଜଣେ ମହିଳାଙ୍କ ଏସିଡ୍‌ ମାଡ଼ , ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ

ରାଉରକେଲା(କେନ୍ୟୁଜ୍) : ରାଉରକେଲାରେ ମହିଳାଙ୍କୁ ଆଉ ଜଣେ ମହିଳା ଏସିଡ୍‌ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି । ପରକିୟା ପ୍ରୀତି ସନ୍ଦେହ ଘଟଣାକୁ କେନ୍ଦ୍ର କରି ଏସିଡ୍‌ ମାଡ଼ ହୋଇଥିଲା। ସହରରେ ଓକିଲାତି କରୁଥିବା କିଷାନ କିରାଇଙ୍କ ପତ୍ନୀ ମାନି କରାଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ। ସ୍ୱାମୀ କିଷାନଙ୍କ ସହ ଅନ୍ୟ ଜଣେ ମହିଳା ଚନ୍ଦ୍ରକାନ୍ତି ମହାରଣାଙ୍କ ସମ୍ପର୍କ ଥିବା ନେଇ ମାନି ସନ୍ଦେହ କରୁଥିଲେ । ଏହାକୁ ନେଇ ସେ ବିରୋଧ କରି ଆସୁଥିଲେ । ଦିନକ ତଳେ ରେଲୱେ ଷ୍ଟେସନ ଛକ ନିକଟରେ ଚନ୍ଦ୍ରକାନ୍ତିଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ ମାନି କିରାଇ । ଏହି ଘଟଣାରେ ଚନ୍ଦ୍ରକାନ୍ତିଙ୍କ ସହ ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି । ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

You might also like