ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ଜାତୀୟ ରାଜପଥ ରୟାଲ ଢାବା ନିକଟରେ ଏସିଡ଼ ଟ୍ୟାଙ୍କର ଲିକ୍, ଅଞ୍ଚଳ ପୂରା ଧୂଆଁମୟ

ଟାଙ୍ଗୀ(କେନ୍ୟୁଜ୍): ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ହୋଟେଲ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାଲିଛି  ଏସିଡ ଲିକକୁ ରୋକିବାକୁ ଉଦ୍ୟମ।

ସୂଚନା ମୁତାବକ ଆଜି ରାତି ୯ ଘଟିକା ପାଖାପାଖି ଗଞ୍ଜାମରୁ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଏକ ଟ୍ୟାଙ୍କର କୋଲକାତା ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରୟାଲ କଟେଜ ନିକଟରେ ଟ୍ୟାଙ୍କରର ଭାଲବ ଟି ଭାଙ୍ଗିଯାଇଥିଲା। ଫଳରେ ହାଇଡ୍ରୋକ୍ଲୋରିକ ଏସିଡ ଲିକ ହୋଇ ରାଜପଥରେ ବୋହିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗାଡିକୁ ରୋଡ଼ ପାର୍ଶ୍ଵକୁ ନେଇଯାଇଥିଲେ। ଏବଂ ଜାତୀୟ ରାଜପଥ ବ୍ଲକ କରି ଆଖ ପାଖ ଅଞ୍ଚଳରୁ ତୁରନ୍ତ ଜନସାଧାରଣଙ୍କୁ ଖାଲି କରିଥିଲେ।

acid leak 1q

ବର୍ତ୍ତମାନ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସାହାଯ୍ୟରେ ହାଇଡ୍ରୋକ୍ଲୋରିକ ଏସିଡକୁ ଡ଼ାଇଲୁସନ କରିବାରେ ଲାଗିଛି। ତେବେ ଏପ୍ରକ୍ରିୟା ପାଖାପାଖି ଆହୁରି ୨ ଘଣ୍ଟା ଚାଲିବ ବୋଲି ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.