ଅପରାହ୍ନ ୪ଟା ୩୦ରେ ACS ଓ ପୋଲିସ ଡିଜିଙ୍କ ପ୍ରେସ୍ମିଟ, ଟିକା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ଦେବେ ବାର୍ତ୍ତା

ଭୁବନେଶ୍ବର: ରାଜ୍ୟରେ କରୋନା ୨ୟ ଲହରୀ ନେଇ ACS ପ୍ରଦୀପ୍ତ ମାହାପାତ୍ର ଓ ପୋଲିସ ଡିଜିଙ୍କ ପ୍ରେସ୍ମିଟ। ଅପରାହ୍ନ ୪ଟା ୩୦ରେ ପ୍ରେସମିଟ୍ । ଟିକା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ACS। ଲକଡାଉନ୍ ସମୟରେ ଆଇନଶୃଙ୍ଖଳା ନେଇ କହିବେ ପୋଲିସ ଡିଜି । ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ କରାଯିବ ଅବଗତ ।
ଅନ୍ଯପଟେ ଟିକାକରଣ କେନ୍ଦ୍ରରେ ଏବେ ପ୍ରବଳ ଭିଡ଼ ଜମୁଛି । ଯୁବାବର୍ଗଙ୍କ ମଧ୍ୟରେ ଟିକା ନେବା ପାଇଁ ପ୍ରବଳ ଉତ୍ସାହ ଲାଗି ରହିଛି । ଏହାସହ ୪୫ବର୍ଷ ବୟସରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ରହିଛି । ହେଲେ ରାଜ୍ୟରେ ଦେଖାଦେଇଛି ଟିକା ଅଭାବ । ଆବଶ୍ୟକ ପରିମାଣରେ କେନ୍ଦ୍ରରୁ ଟିକା ଆସିପାରୁନି । ଅନେକ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଗଲାଣି । ଗତମାସରେ କେନ୍ଦ୍ରକୁ ୨୫ ଲକ୍ଷ କୋଭିସିଲଡ ଟିକା ଯୋଗାଇବାକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ।
ଏପ୍ରିଲ ୩୦ ସୁଦ୍ଧା ୨୫ ଲକ୍ଷ କୋଭିସିଲଡ ଟିକା ଦେବାକୁ ଚିଠି ଦିଆଯାଇଥିଲା । ଏହାସହ ACS ପ୍ରଦୀପ୍ତ ମହାପାତ୍ର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ମେ’ରେ ୪୦ ଲକ୍ଷ ଡୋଜ୍ କୋଭିସିିଲ୍ଡ ଟିକା ଦେବାକୁ ଚିଠି ଲେଖିଥିଲେ । ସେହିପରି ଜୁନ୍, ଜୁଲାଇ ଓ ଅଗଷ୍ଟରେ ଆଉ ୬୦ଲକ୍ଷ ଦେବାକୁ କହିଥିଲେ ACS ପ୍ରଦୀପ୍ତ ମହାପାତ୍ର । ରାଜ୍ୟ ସରକାର ଡୋଜ୍ ପିଛା ୩୦୦ ଟଙ୍କାରେ କିଣୁଛନ୍ତି । ମାସକୁ ୭ ରୁ ୧୦ କୋଟି ଡୋଜ୍ ଟିକା ପ୍ରସ୍ତୁତ କରୁଛି କୋଭିସିଲଡ । ସେହିଭଳି ମାସକୁ ୧କୋଟି ୨୫ ଲକ୍ଷ ଡୋଜ୍ ଉତ୍ପାଦନ କରୁଛି କୋଭାକ୍ସିନ୍ ।