ଉଦଳା : ଯୁବକଙ୍କୁ ଉଠବସ୍‌ ଘଟଣାରେ ଦୁଇ ଜଣ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କଲେ ମୟୁରଭଞ୍ଜ ଏସ୍‌ପି, ଜଣେ ଗିରଫ

ବାରିପଦା (କେ ନ୍ୟୁଜ୍‌) : ମୟୁରଭଞ୍ଜ ଉଦଳା ଠାରେ ପୋଲିସ ଉପସ୍ଥିତିରେ ଯୁବକଙ୍କୁ ଉଠ ବସ କରାଇବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ମୟୂରଭଞ୍ଜ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଦଳା ପୋଲିସ ଗାଡିର ଡ୍ରାଇଭର ଚନ୍ଦ୍ରକାନ୍ତ ପଣ୍ଡା ଓ ସବ୍‌ଇନ୍ସପେକ୍ଟର ବିଜୟ ମୁର୍ମୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେପଟେ ଉଠବସ କରାଇଥିବା ଉଦଳା ଅଞ୍ଚଳର ସ୍ଥାନୀୟ ଯୁବକ ଉଦୟ କରଙ୍କୁ କୋର୍ଟ ଚାଲାଣ କରଯାଇଛି ।

ଉଦଳା ଥାନା ଅଧୀନ ରାଜ୍ୟ ରାଜପଥ ପାର୍ଶ୍ୱରେ ଘଟଣାଟି ଘଟିଥିଲା । ଯାହାର ଭିଡିଓ ଭାଇରାଲ ହେବା ପରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଭିଡିଓରେ ପୋଲିସ ଛିଡା ହୋଇ ଦେଖଣାହାରୀ ସାଜିଥିବା ଦେଖିବାକୁ ମିଳିଥିଲା।

 

Leave A Reply

Your email address will not be published.