ରାଜ୍ୟ

ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ: ୨୪ ଘଣ୍ଟା ଖୋଲାରହିବ ୧୦ଟି ପିଏଚସି

ରାଉରକେଲା (କେନ୍ୟୁଜ): ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଦୁଇ ତିନି ଦିନରେ ରାଉରକେଲାରେ ନିୟନ୍ତ୍ରଣ ହେବ ହଇଜା ସଂକ୍ରମଣ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ। ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି। ରାଉରକେଲାରେ ବ୍ୟାପିଥିବା ହଇଜା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଆସନ୍ତା ୨ରୁ ୩ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସଂପୂର୍ଣ୍ଣ କମିବା ଆଶା ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ୧୦ଟି ପିଏଚସି ୨୪ ଘଣ୍ଟା ଖୋଲା ରହିବ। ରାତିରେ ଆକ୍ରାନ୍ତ ଆସିଲେ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ। ହଇଜା ବ୍ୟାପିବାର କାରଣ ଖୋଜିବାକୁ ଏସସିବି ମେଡିକାଲ କଲେଜ ଓ ଆରଏମଆରସିର ଏକ ଟିମ୍ ରାଉରକେଲା ଗସ୍ତ କରିବ ବୋଲି କହିଛନ୍ତି ଶାଳିନୀ ପଣ୍ଡିତ।

ହଇଜାର କାରଣ ଖୋଜିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ପରୀକ୍ଷା କରାଯାଉଛି। ଯେଉଁଠି ସବୁ ପାଇପ ଫାଟିଛି ତାହାର ମଧ୍ୟ ମରାମତି ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ୧୦ ଜଣଙ୍କର ଜୀବନ ଯାଇଛି। ଏବେ ସୁଦ୍ଧା ଆରଜିଏଚରେ ୧୮୫ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି l ଘରୋଇ ହସ୍ପିଟାଲ ରେ ପ୍ରାୟ ଦେଢ ଶହରୁ ଅଧିକ ଚିକିତ୍ସିତ ଛନ୍ତି । ବର୍ତ୍ତମାନ ଭର୍ତ୍ତି ହେଉଥିବା ଆକ୍ରାନ୍ତ ମାନେ ସାମାନ୍ୟ ଚିକିତ୍ସାରେ ସୁସ୍ଥ ହେଉଥିବାରୁ ଏହା ଖୁବ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ଆଶା ରହିଛି।

Barsha

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 min ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

18 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

46 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago