ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ ।

ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । OSRTC କିମ୍ବା ଲକ୍ଷ୍ମୀ ଯୋଜନାରେ ନିଯୁକ୍ତି ପାଇଁ କାହାଠାରୁ ଟଙ୍କାଟେ ନିଆ ଯାଉନାହିଁ ।
ନିଯୁକ୍ତି ଦେବା ପାଇଁ OSRTC ର ୭ଟି ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ପାଇଁ ମଧ୍ୟ ପ୍ରାର୍ଥୀଙ୍କ ଠାରୁ କୌଣସି ଟଙ୍କା ନେଉନାହାନ୍ତି ଏଜେନ୍ସି । ଯଦି କେହି ଟଙ୍କା ମାଗୁଥାଆନ୍ତି ତେବେ ଟୋଲ ଫ୍ରି ନମ୍ବର 18003451122କୁ ଯୋଗାଯୋଗ କରିବା ପାଇଁ OSRTC ପକ୍ଷରୁ ଅପିଲ କରଯାଇଛି । କିମ୍ବା [email protected] ୱବସାଇଟରେ ଜଣାଇବାକୁ ମଧ୍ୟ ଅନୁରୋଧ କରାଯାଇଛି ।