ପିକଅପ୍ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ

 ଆଠଗଡ଼: ଅଂଶୁପା ରାସ୍ତାରେ ପିକଅପ୍ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣାରେ ଗିରଫ ହେଲା ଡ୍ରାଇଭର । ଡ୍ରାଇଭର ଗଗନା ନନ୍ଦ ପୃଷ୍ଟିକୁ ଗିରଫ କରିଛି ବାଙ୍କୀ ପୋଲିସ । ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବାବେଳେ ଗଗନା ନନ୍ଦଙ୍କୁ ଗିରଫ କରାଯାଇଛି । ଘଟଣାରେ ପୂର୍ବରୁ ଉତ୍ତର ବାଙ୍କୀ ମାଳବିହାରୀପୁର ସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ କରାଯାଇଛି ।

ଏହା ସହ ଜିଲ୍ଲାପାଳସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଆଠଗଡ଼ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ଅଂଶୁପା ରାସ୍ତା ଖନ୍ଦକ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପରେଡ୍ ପାଇଁ ମାଳବିହାରୀପୁର ସ୍କୁଲର ୨୪ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା ପଡିଆକୁ ଯାଉଥିଲା ଭ୍ୟାନ ।

ଗ୍ରାଉଣ୍ଡକୁ ଗଲାବେଳେ ଗାଡିଟି ଓଲଟି ପଡିଥିଲା । ଏଥିରେ ୧୦ମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

Also read:ଘର ଆଗରେ ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ଜୀବନ, ଟାୟାର ଜାଳି ସ୍ଥାନୀୟ ଲୋକଙ୍କ ପ୍ରତିବାଦ