କଳାପଥର ଖାଦାନରେ ଅତଡା ଧସିବା ଘଟଣା, ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା । ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ। ଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଦିନ ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା । ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ। ଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଦିନ ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ ।

ଗତକାଲି ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । ବଡ଼ ବଡ଼ ପଥର ଖଣ୍ଡକୁ ବ୍ଲାଷ୍ଟିଂ କରି ଫଟାଯାଇ ମେସିନ ସାହାଯ୍ୟରେ ହଟାଯିବା ପରେ ମୃତଦେହକୁ ଉଦ୍ଧାର କରିଥିଲା ଏନଡିଆରଏଫ ଦଳ । ମୃତଦେହକୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ଗୁରୁବାର ଦିନ ଧର୍ମଶାଳା ତହସିଲ ପକ୍ଷରୁ ଲିଜ ସୂତ୍ରରେ ଦିଆଯାଇଥିବା ଡ଼ଙ୍କାରୀ ପାହାଡ଼ର ବିଏସକ୍ୟୁ ୫/୧୦ଖାଦାନରେ ପଥର ଉତ୍ତୋଳନ ସମୟରେ ଏକ ବଡ଼ ଧରଣର ଅତଡା ଧସିଥିଲା । ପାହାଡ଼ ଉପରେ ୱାଗନ ଡ୍ରିଲ କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.