ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନରଖିଲେ ହେବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ କୃଷ୍ଣପ୍ରସାଦ ତହସିଲଦାର ଓ ବିଡିଓ

ଭୁବନେଶ୍ୱର : ଏଣିକି ଚିଲିକାକୁ ଡଙ୍ଗାରେ ଗଲେ ଲାଇଫ ଜ୍ୟାକେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକମାନେ ଲାଇଫ ଜ୍ୟାକେଟ ବିନା ଡଙ୍ଗା ଉପରେ ଚଢ଼ି ପାରିବେ ନାହିଁ ।  ଡଙ୍ଗାରେ ଲାଇଫ ଜ୍ୟାକେଟ ସହ ଲାଇସେନ୍ସ, ରେଟ୍ ଚାଟ ଓ ଆବଶ୍ୟକ ପାଣି ରଖିବେ ଡଙ୍ଗା ମାଲିକ ।  ନିୟମ ପାଳନ ନକଲେ ସଂପୃକ୍ତ ଯାତ୍ରୀବାହୀ ଡଙ୍ଗାକୁ ବନ୍ଦ କରିଦିଆଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷ୍ଣପ୍ରସାଦ ତହସିଲଦାର ଓ ବିଡିଓ ।

ବାରମ୍ୱାର ଯାନ୍ତ୍ରିକ ତ୍ରୁଟି ଓ ଚାଳକଙ୍କ ଅସାବଧାନତା ପାଇଁ ଚିଲିକା ମଝିରେ ଡଙ୍ଗା ଅଟକି ରହୁଥିବା ଅଭିଯୋଗ ହେଉଛି । ଯାତ୍ରୀ ଭୟଭୀତ ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଚିଲିକା ଭିତରେ ଅଟକି ରହୁଛନ୍ତି । ସମସ୍ୟାର ସମାଧାନ ପାଇଁ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କୃଷ୍ଣପ୍ରସାଦ ବ୍ଲକ୍ ଅଧିକାରୀ ଅମିୟ କୁମାର ପଣ୍ଡା ଓ ତହସିଲଦାର ଅଭିଷେକ ସାହୁଙ୍କ ତତ୍ବାବଧାନରେ, କୃଷ୍ଣପ୍ରସାଦ ଆଇଆଇସି, ଅଗ୍ନିଶମ ବିଭାଗ ଅଧିକାରୀ, ଫରେଷ୍ଟ ଅଧିକାରୀ, ଡଙ୍ଗା ମାଲିକ ଓ ଚାଳକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ଯେଉଁ ଡଙ୍ଗା ମାଲିକ ଓ ଚାଳକମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଡଙ୍ଗା ବନ୍ଦ କରି ଦିଆଯିବ ବୋଲି କଡ଼ା ଦିର୍ଦ୍ଦେଶ ଦିଆଯାଇଛି ।

ବାସ୍ତବରେ, ଜ୍ୟାକେଟ୍ ବୁଡ଼ିବା ଦ୍ୱାରା ଏହା ବାୟୁକୁ ଫାନ୍ଦରେ ପକାଇଥାଏ । ଫସି ରହିଥିବା ବାୟୁର ଓଜନ ଏହା ସ୍ଥାନାନ୍ତରିତ ଜଳର ଓଜନଠାରୁ ବହୁତ କମ୍ ଅଟେ, ତେଣୁ ଜଳ ଲାଇଫ୍ ଜ୍ୟାକେଟକୁ ତଳକୁ ନୁହେଁ ବରଂ ଲାଇଫ୍ ଜ୍ୟାକେଟକୁ ଉପରକୁ ଠେଲିଦେଇଥାଏ । ଯାହାଦ୍ୱାରା ଲାଇଫ୍ ଜ୍ୟାକେଟକୁ ଉପରକୁ ଉଠି ରହିଥାଏ ଏବଂ ଏହାକୁ ପିନ୍ଧିଥିବା ବ୍ୟକ୍ତିକୁ ଭାସମାନ ରଖେ । ବୁଡ଼ି ନ ଯାଇ ଅତିରିକ୍ତ ଓଜନକୁ ସମର୍ଥନ କରିବାକୁ ଏହି ଲାଇଫ ଜ୍ୟାକେଟ ଯଥେଷ୍ଟ ଶକ୍ତିଶାଳୀ ହୋଇଥାଏ ।

You might also like