ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ଆଜିଠୁ ପୁଣି ଦୁଇ ଦିନ ବର୍ଷା !
ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ଆଜିଠୁ ପୁଣି ଦୁଇ ଦିନ ବର୍ଷା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବ । ଏହାର ବାହ୍ୟ ବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବାଦଲ ଆଚ୍ଛାଦନରେ ବୃଦ୍ଧି ଘଟିଛି । ପ୍ରଭାବରେ ଆଜି ଓ କାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆଜି ଗଞ୍ଜାମ,ଗଜପତି,ରାୟଗଡ଼ା,ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି,କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କାଲି କମିବ ବର୍ଷାର ପରିମାଣ। ବର୍ତ୍ତମାନ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ଡିଗ୍ରୀ ସେଲସିୟସ କମିବ। ଶୀତ ସାଙ୍ଗକୁ ସକାଳେ ସକାଳେ କୁହୁଡ଼ି କଲବଲ କରୁଛି ।