ପୁଣି ହାତକୁ ଦୁଇ ହାତ ହେବେ ଅନୁଭବ, ଆଜି ଜାଗୃତିଙ୍କ ସହ ନିର୍ବନ୍ଧ

ଭୁବନେଶ୍ୱର : ପୁଣି ବାହା ହେବେ ଅନୁଭବ। ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ । ଜାଗୃତି ଶୁକ୍ଲାଙ୍କ ହାତ ଧରିବେ। ଅନୁଭବ ଓ ଜାଗୃତିଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି । ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଲଭ୍ ବାର୍ଡ । ଏ ସମ୍ପର୍କରେ ଅନୁଭବ କିମ୍ବା ଜାଗୃତି ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି।
ଅନ୍ୟପଟେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ତାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଓ ଲୋକଙ୍କ ସାମ୍ନାକୁ ଆସିଥିଲା । ସେହି ସେହି ସମୟରେ ଜାଗୃତିଙ୍କୁ ନେଇ ଅନେକ ଗୁଜବ ମଧ୍ୟ ସାମନାକୁ ଆସିଥିଲା । ଏପରିକି କେହି କେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ପଛର କାରଣ ଜାଗୃତିଙ୍କୁ ବୋଲି ଧରିନେଇଥିଲେ । ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନ୍ସମାନେ ଯେତେ ଖୁସି ଅଛନ୍ତି ତାଠୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡିଶାବାସୀ । କେବେ ବି ସିଧାସିଧା ବିବାହ ପ୍ରସଙ୍ଗକୁ ସ୍ୱୀକାର କରିନଥିବା ଏହି ଦୁଇ ଚର୍ଚ୍ଚିତ ଚେହେରା କାହିଁକି ବିବାହ କରିବାକୁ ଯାଉଛନ୍ତି? ବିବାହ ଯୋଜନା କେବେଠୁ? ଆଗାମୀ ଦିନରେ ଏମିତି ବହୁତ ପ୍ରଶ୍ନର ସାମ୍ନା କରିପାରନ୍ତି ଜାଗୃତି-ଅନୁଭବ ।
ଆହୁରି ପଢ଼ନ୍ତୁ : ବିଜୁ ପଟ୍ଟନାୟକ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ