ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ଅନୁଭବ, କଳାଟଙ୍କା ରଖିଥିବା ନେଇ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ(କେନ୍ୟୁଜ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ସ୍ୱାମୀ ଅନୁଭବ ମହାନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ବର୍ଷା କଳାଟଙ୍କା ରଖିଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱର ସ୍ଥିତ ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଅନୁଭବ । ଅଭିନେତ୍ରୀ ବର୍ଷଆ ପ୍ରିୟଦର୍ଶିନୀ ଟିକସ ଫାଙ୍କିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଥିବା ଅନୁଭବ ଅଭିଯୋଗ କରିଛନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୃୟଦର୍ଶିନୀ ଓରଫ ଭର୍ଷା ପ୍ରିୟଦର୍ଶିନୀ ଭଳଇ ଏକାଧିକ ନାଁ ଉଲ୍ଲେଖ ରହିଛି । ଅନ୍ୟପଟେ ବର୍ଷା ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.