ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌, କାରଣ ଜାଣନ୍ତୁ

ଭୁବନେଶ୍ବର(କେନ୍ୟୁଜ୍): କ୍ଷମା ମାଗିଲେ ବାବୁସାନ୍‌ । ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ । ଭିଡିଓ ଜାରି କରି କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ ।୩୭ ସେକେଣ୍ଡର ଭିଡିଓ ଜାରି କରି କହିଲେ ଯେ କିଛି ଦିନ ତଳେ ହୋଇଥିବା ଘଟଣାରେ ମୁଁ ସମସ୍ତ ଓଡିଶାବାସୀଙ୍କୁ ଭୁଲ ମାଗୁଛି ବୋଲି କହିଛନ୍ତି।  ଅନୁତାପ ସ୍ୱରରେ କହିଲେ ‘ଏମିତି ଭୁଲ କେବେ ହେବନି’ । ‘ମୋ ସ୍ତ୍ରୀ ଓ ଶ୍ୱଶୁରଙ୍କ ନାଁରେ ଏକ ଏତଲା ହୋଇଛି’ । ‘ସେମାନେ ଏହି ଘଟଣାରେ ବହୁତ କଷ୍ଟ ପାଇଲେଣି’ । ଆଗକୁ ଏପରି ଭୁଲ ନକରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ ।


ତେବେ ଜୁଲାଇ ମାସ ୨୩ ଦିନ ସକାଳେ ପ୍ରକୃତି ବାବୁସାନ ଓ ତୃପ୍ତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ।ଯେଉଁଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନଙ୍କୁ ପତ୍ନୀ ତୃପ୍ତି ଏକାଠି ଏକ କାରରେ ଯାଉଥିବା ସମୟରେ ଅଟକାଇଥିଲେ ଓ ଉଭୟଙ୍କୁ ଗାଳିଦେବା ସହ ପ୍ରକୃତିଙ୍କୁ ଠେଲିବା ସହ ଚୁଟି ଝିଙ୍କି ଥିଲେ ।କାରଣ ପ୍ରକୃତିଙ୍କ ପାଇଁ ତାଙ୍କ ପାରିବାରିକ ସମ୍ପର୍କ ଖରାପ ହୋଇଥିଲା । ତେଣୁ ସେ ତାଙ୍କଠୁ ଦୁରେଇ ରହିବ ପାଇଁ ଏଭଳି କରିଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା।ଏହାଦ୍ବାରା ବାବୁସାନ ପତ୍ନୀ ଓ ପ୍ରକୃତିଙ୍କ କଳି ପଦାରେ ପଡିଥିଲା। ଏହି ଘଟଣା ବେଶ କିଛିଦିନ ଖବରର ଶିରୋନାମା ପାଲଟିଥିବା ବେଳେ ଷ୍ଟାର କଳି ଦାଣ୍ଡରେ ପଡି ହାଟରେ ଗଡିଥିଲା ।ଆଉ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ମଧ୍ୟ ହୋଇଥିଲା ।ଯେଉଁଥିରେ ପତ୍ନୀଙ୍କ ସମେତ ତାଙ୍କ ପରିବାରର ସମ୍ମାନ ବି ହାନି ହୋଇଥିଲା । ଏହାକୁ ନେଇ ଏଯାବତ୍ ପତ୍ନୀ ଓ ପୁଅ ତାଙ୍କ ପାଖକୁ ଫେରିନଥିବା ବେଳେ ନିଜର ସୌଜନତା ଦେଖାଇ ବାବୁସାନ ଏହି ଭିଡିଓ ଜାରି କରିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.