କଂଗ୍ରେସକୁ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ

ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ ପାଇଁ ଭୁଲ ମାଗିଲେ ଓଲିଉଡ୍ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । ସାମ୍ବାଦିକ ସମ୍ମିଳନୀରେ କରି କ୍ଷମା ମାଗିଲେ । ଏଇଟା ମୋର ଭୁଲ ଥିଲା । ମୋ ଭୁଲଟା ଜାଣି ପାରି ତୁରନ୍ତ ସୋସିଆଲ ମିଡିଆରୁ କାଟିଦେଇଥିଲି । ରାଜ୍ୟ କଂଗ୍ରେସ କୁ କ୍ଷମା ମାଗୁଛି । ଲରେନ୍ସ ବିଷ୍ଣୋଇଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ।
ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ପରେ ଦୁଇଦିନ ପୂର୍ବରୁ କ୍ଷମା ପ୍ରାର୍ଥନା କରିଥିଲେ ଅଭିନେତା । ଆଜି ପୁଣିଥରେ ସେ କ୍ଷମା ମାଗିଛନ୍ତି । ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଦୁଇ କଂଗ୍ରେସ ନେତାଙ୍କ ନାଁ ନେଇ ବିବାଦୀୟ ପୋଷ୍ଟ କରିଥିଲେ ।
ନିଜ ଫେସବୁକ ପୋଷ୍ଟରେ ଦୁଇ କଂଗ୍ରେସ ନେତାଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅପିଲ କରିଥିଲେ । ଏନେଇ ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଥିଲା ରାଜ୍ୟ ଛାତ୍ର କଂଗ୍ରେସ । ତୁରନ୍ତ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଗିରଫ ଦାବି କରିଥିଲେ । ପୋଷ୍ଟ ନେଇ ଝଡ଼ ସୃଷ୍ଟି ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ବୁଦ୍ଧାଦିତ୍ୟ । କହିଛନ୍ତି କାହାକୁ ଟାଗେର୍ଟ ଏବଂ ଆକ୍ଷେପ ମୋର ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି ।