ତେଜିଲା ଓଲିଉଡ କଳି। ଅଭିନେତା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ପରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ପ୍ରେସମିଟ୍ । ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ସମେସ୍ତ ଏକଜୁଟ୍ ହେବା ଉଚିତ । ନିର୍ଦ୍ଦେଶକ ସବୁବେଳେ ଚାହାନ୍ତି ନିଜ ସିନେମା ହିଟ୍ ହେଉ । ନିର୍ଦ୍ଦେଶକଙ୍କୁ ବଦନାମ କରିବା ଉଚିତ ନୁହେଁ । ଡାଇରେକ୍ଟର ଭଲ କରୁନାହାଁନ୍ତି କହିବା ରୂଚିପୂର୍ଣ୍ଣ କଥା ନୁହେଁ । ପୂର୍ବସୂରୀଙ୍କୁ ପ୍ରଣାମ ସହ ନୂଆମାନଙ୍କୁ ସପୋର୍ଟ କରିବା ଦରକାର ।
ମନୋଜ ଭଲ ଅଭିନେତା, ଏସବୁରେ ସେ ପଶିବା କଥା ନୁହେଁ । ସେହିଭଳି ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ପରେ ସେ ବି ପ୍ରତିକ୍ରିୟା ରଖିଛନ୍ତି । କିଛି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ନନେଇ ବର୍ଷିଛନ୍ତି ମନୋଜ ମିଶ୍ର । ସିନେମା କାହାର ପୈତୃକ ସଂପତ୍ତି ନୁହେଁ । ଏହା ସାରା ରାଜ୍ଯବାସୀଙ୍କର । ଏଥିରେ ତ୍ରୁଟି ଦେଖାଗଲେ ସେ ନିଶ୍ଚୟ ମୁହଁ ଖୋଲିବେ ବୋଲି କହିଛନ୍ତି ମନୋଜ ।
ପ୍ରଯୋଜକଙ୍କର କ୍ଷତି ହେଲେ ଏହାର ପ୍ରଭାବ ସାରା ଇଣ୍ଡଷ୍ଟ୍ରି ଉପରେ ପଡ଼ିଥାଏ । ସିନେମା ସହିତ ଜଡ଼ିତ କଳାକାର, ଟେକନିସିଆନ ସମସ୍ତେ ଏହା ଦ୍ବାରା ପ୍ରଭାବିତ ହୋଇଥାଏ । ଏହା ସହ ଉଚ୍ଚମାନର ସିନେମା ନିର୍ମାଣ କରିବାକୁ ସେ ଅପିଲ କରିଛନ୍ତି । ଗତକାଲି ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେଇଥିଲା ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ । ସାମାଜିକ ଗଣମାଧ୍ୟମରେ ଓଲିଉଡକୁ ବଦନାମ କରୁଥିବା ଅଭିଯୋଗ ଆଣି ମାମଲା ରୁଜୁ କରିଛି ସଂଘ ।