ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ, ଲିଭର ଜନିତ ରୋଗରେ ପୀଡିତ ଥିଲେ

ଭୁବନେଶ୍ୱର (କେନ୍ୟୁଜ):  ସ୍ବର୍ଗତଃ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ। ମାସେ ହେଲା ଲିଭର ଜନୀତ ରୋଗରେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା।  ଆଜି କଟକ ସତୀଚଉରାରେ ହେଲା ଅନ୍ତିମ ସଂସ୍କାର।

ବର୍ଷକ ପୂର୍ବେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା।। ମିହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ। ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ବହୁତ ଚିନ୍ତାରେ ଥିଲେ ବୋଲି ଜଣାପଡ଼ିଛି। ମିହିର ଦାସ ଓଡ଼ିଆ ସିନେମାର ଜଣେ ଭର୍ସାଟାଇଲ ଅଭିନେତା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେବଳ ଓଡ଼ିଆ ସିନେମା ନୁହେଁ, ଧାରାବାହିକୀରେ ମଧ୍ୟରେ ନିଜର କଳା ପ୍ରଦର୍ଶନ କରିଥିଲେ ମିହିର। ବଳିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବେ ପରଦାରେ ଉତାରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.