ହିଟ୍ ଆଣ୍ଡ ରନ୍ ହତ୍ୟା ଘଟଣାରେ ଟୁଇଷ୍ଟ, ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ

ଭୁବନେଶ୍ୱର : ହିଟ୍ ଆଣ୍ଡ ରନ୍ ହତ୍ୟା ଘଟଣାରେ ଟୁଇଷ୍ଟ । ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକରେ ହତ୍ୟା ମାମଲାରେ ସାମିଲ ଥିଲେ ଓଡ଼ିଆ ଫିଲ୍ମ ହିରୋ ।  ହତ୍ୟାକାଣ୍ଡ ରେ ସାମିଲ ଥିଲେ ଟେଲି ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ  ।  ଯାହାଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

ବରେନ୍ୟ ରାଉତରାୟଙ୍କୁ ହତ୍ୟାରେ ଓଡ଼ିଆ ଫିଲ୍ମ ହିରୋଙ୍କ ସାମିଲ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଘଟଣାର ଗିରଫ ଅଭିଯୁକ୍ତ ସରୋଜ ସ୍ଵସ୍ତିକ ଭରଦ୍ୱାଜକୁ ଗତକାଲି ଏହି ମାମଲାରେ ଗିରଫ କରାଯାଇଥିଲା ।  ବରେନ୍ୟଙ୍କୁ ରାସ୍ତାରେ ଗାଡି ଚଢାଇ ହତ୍ୟା ପୁର୍ବରୁ ସରୋଜ ସ୍ଵସ୍ତିକଙ୍କ କାର ସ୍ପା ସାମ୍ନାରେ ଗଣ୍ଡଗୋଳ ହୋଇଥିଲା ।  ଯେଉଁଠି ପ୍ରଥମେ ବରେନ୍ୟ ଓ ତାର ଦୁଇ ସାଙ୍ଗକୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରଜ ବିଶ୍ବକର୍ମା ଓ ତାର ଅନ୍ୟ ସହଯୋଗୀ ।

ସେଠାରେ ସରୋଜ ସ୍ବସ୍ତିକ ମଧ୍ୟ ବରେନ୍ୟଙ୍କୁ ଆକ୍ରମଣ କରିଥିଲେ ।  କ୍ରିକେଟ ଷ୍ଟମ୍ପ ଓ ମାରଣାସ୍ତ୍ରରେ ଆକ୍ରମଣ ପରେ ଯେତେବେଳେ ବରେନ୍ୟ ଓ ତାର ସାଙ୍ଗ ଜୀବନ ବିକଳରେ ଖସିଯାଇଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ସୁରଜ ଓ ତାର ଅନ୍ୟ ସାଙ୍ଗ ମିଶି ଗାଡି ଚଢାଇ ହତ୍ୟା କରିଥିଲେ ।

ତେବେ ଅଭିନେତା ସରୋଜ ସ୍ଵସ୍ତିକ ଗିରଫ୍ ହେବା ପରେ ସାମ୍ନା କୁ ଆସିଛି ହିରୋଙ୍କ ଭିଲେନ ଚେହେରା ।  କିଭଳି ଏକ ହତ୍ୟାର ମାମଲାରେ ଥିଲେ ସାମିଲ ।  ସରୋଜ ସ୍ଵସ୍ତିକ ଭରଦ୍ବାଜ ଅନେକ ଭଜନ ଓ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।  ଯାଯାବର ଫିଲ୍ମରେ ହିରୋ ଥିଲେ ।  ଜଗନ୍ନାଥ ତୁମେ ଜଗନ୍ନାଥରେ ଭିକାରି ରୋଲ, ତତେ କାଇ ଏତେ ଭଲପାଏରେ ଲିଡ ରୋଲରେ ଥିଲେ ।