ଦିଲ୍ଲୀ ପୋଲିସର ସମନ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ(କେନ୍ୟୁଜ୍):ହାଇକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପୋଲିସର ସମନ ଘଟଣାରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ମାଆ ଓ ଝିଆରୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ବର୍ଷାଙ୍କ ସହ ତାଙ୍କ ସଂପର୍କୀୟଙ୍କ ନାଁରେ ମଧ୍ୟ ଦିଲ୍ଲୀ ପୋଲିସ ସମନ ଜାରି କରିଛି । ୨୦୧୯ ଜୁଲାଇ ମାସରେ ଦିଲ୍ଲୀ ପୋଲିସ ନିକଟରେ ଏହି ଅଭିଯୋଗ ହୋଇଛି । ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ୍‌ କଟକରେ ପହଞ୍ଚିଥିଲା । ବର୍ଷା ଓ ତାଙ୍କ ଭଉଣୀ ପୁରୀଘାଟ ଥାନାରେ ପହଞ୍ଚି ନୋଟିସ ଗ୍ରହଣ କରିଥିଲେ । ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି ।

Leave A Reply

Your email address will not be published.