ଖାରବେଳନଗର ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ରଙ୍କ ବାପା: ଦାୟର କଲେ ମାନହାନି କେସ୍

କେନ୍ୟୁଜ୍(ବ୍ୟୁରୋ): ଥାନାକୁ ଗଲା ଷ୍ଟାର ମାମଲା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପାମା’ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଅର ମାନହାନୀ ହୋଇଥିବା କହିଛନ୍ତି । ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର । ଲଳିତ ଶତପଥୀ ତାଙ୍କ ଝିଅ ପ୍ରକୃତିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ପ୍ରକୃତି ମିଶ୍ରଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି।

ପ୍ରକୃତିଙ୍କ ଗାଡ଼ି ଅଟକାଇ କିଛି ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ବାବୁସାନ ଓ ପ୍ରକୃତି ଏକ କାର୍‌ରେ ଯାଉଥିବାର ଭିଡିଓ ଭାଇରାଲ ହୋଇଛି । ଏହାପରେ ଥାନାକୁ ମାମଲା ଯାଇଛି ।

 

Leave A Reply

Your email address will not be published.