ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ଡ୍ୟାନ୍ସ ଭିଡ଼ିଓ, ଏକ ପବ୍‌ରେ ସ୍ୟାଡ୍‌ ସଙ୍ଗ୍‌ରେ ନାଚୁଛନ୍ତି ରଶ୍ମିରେଖା

ଭୁବନେଶ୍ୱର(କେନ୍ୟୁଜ): ରହସ୍ୟ ଘେରରେ ରଶ୍ମିରେଖା ଓଝାଙ୍କ ମୃତ୍ୟୁ। ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶେଷ ଡ୍ୟାନ୍ସ ଭିଡ଼ିଓ । ଏକ ପବ୍‌ରେ ସ୍ୟାଡ୍‌ ସଙ୍ଗ୍‌ରେ ଡ୍ୟାନ୍ସ କରୁଛନ୍ତି ରଶ୍ମି । ମୃତ୍ୟୁର ଦୁଇଦିନ ପୂର୍ବରୁ ରଶ୍ମି ତାଙ୍କ ସାଙ୍ଗମାନଙ୍କ ସହ ପବ୍‌ ଯାଇଥିଲେ । ସେପଟେ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ରାଜା ଓ ପୁରୁଷବନ୍ଧୁ ସନ୍ତୋଷକୁ ହାଜର ହେବାକୁ ନୋଟିସ ।

ନୟାପଲ୍ଲୀ ଥାନାରେ ହାଜର ହେବାକୁ ୨ ଜଣଙ୍କୁ ନୋଟିସ୍‌ ପଠାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି। ରଶ୍ମିରେଖାଙ୍କ ବାବଦରେ ପଚରାଉଚରା କରିବ ପୋଲିସ। ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଛି।

ରଶ୍ମିରେଖାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ତାଙ୍କ ଶରୀରରେ ବିଷକ୍ରିୟା ନଥିବା ମଧ୍ୟ ସ୍ପଷ୍ଟ ହୋଇଛି। ନୟାପଲ୍ଲୀ ଗଡ଼ସାହିର ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ଘଟଣାସ୍ଥଳରୁ ମୋବାଇଲ୍‌, ଲାପଟପ୍‌ ଓ ସୁଇସାଇଡ୍‌ ନୋଟ୍‌ ମିଳିଥିଲା ।ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.