ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ହୋଇଛି ବ୍ୟବସ୍ଥା

ଭୁବନେଶ୍ବର(କେନ୍ୟୁଜ୍): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ସେଥିରୁ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ପାଇଁ ୫୦୧ କୋଟି ଟଙ୍କା,ସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୩୭୦ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶର ସଶକ୍ତୀକରଣ ପାଇଁ ୨୬୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଅନୁସୂଚିତ ଜନଜାତି ଓ ଜାତି ପାଇଁ ୧୧୪କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ପାଇଁ ୧୦୭୩ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮ କୋଟି ଟଙ୍କା, ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬ କୋଟି ଟଙ୍କା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ର ପାଇଁ ୨ ହଜାର ୬୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like