ମୋହନା ବ୍ଲକର ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ମୋହନା(କେନ୍ୟୁଜ୍):ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢ଼ୀ ଆଜି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ର ଝାଡାବାନ୍ତି ପ୍ରପୀଡ଼ିତ ଅଞ୍ଚଳ ପି. ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ସହ ଜ଼ିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଟିମ୍ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ରହିଛନ୍ତି।  ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରିବା ସହ ଯେଉଁ ସ୍ଥାନରୁ ବୋର୍ ୱେଲ୍ ସାହାଯ୍ୟ ରେ ଟାଙ୍କି କୁ ଜଳ ଉଠାଣ କରାଯାଉଛି ସେହି ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ।

ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ହାଲୋଜିନ୍ ଟାବ୍ ଲେଟ୍ ସହ ଓ. ଆର. ଏସ୍ ଯୋଗିଦିଆଯାଉଛି। ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ଜଳ ହୋଇଥିବା ବେଳେ କିଭଳି ଅଧିକରୁ ଅଧିକ ଏହା ଅନ୍ୟମାନଙ୍କୁ ନ ବ୍ୟାପିବ ସେଥିପ୍ରତି ସଜାଗ ରହିଛି ସ୍ୱାସ୍ଥ୍ୟବିଭାଗ ।

ଗତ ୨୭ ତାରିଖ ରୁ ଗ୍ରାମରେ ଆରମ୍ଭ ହୋଇଥିବା ଝାଡାବାନ୍ତି ବର୍ତ୍ତମାନ ତାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ 9 ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।  ତେଵେ ଶନିବାର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ସ୍ଥାନୀୟ ସରକାରୀ ଛାତ୍ରାବାସର ଛାତ୍ର ବାଦଲ ବେହେରା ( ୧୪) ରାଜେଶ ମଳିକ (୧୦) ହୋଇଥିବା ବେଳେ ଅନ୍ୟଜଣେ ସ୍ଥାନୀୟ ପି. ଗୋବିନ୍ଦପୁରର ୨୨ ବର୍ଷୀୟ ମହିଳା ପୂଜା ପାତ୍ର ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଡାକ୍ତର ନମିତା ପଣ୍ଡା, ଗୋପାଳ କୃଷ୍ଣ ସାହୁ, ଅମ୍ରିତ୍ ରାଜ୍ ଜେନା, ଆଶୁତୋଷ ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.