ଅଫିସିଆଲ ହ୍ଵାଟ୍ସଆପରେ ଅଶ୍ଳୀଳ ଫଟୋ, ହରଡ଼ ଘଣ।ରେ କଳାହାଣ୍ଡି ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ସହସମ୍ପାଦକ

କଳାହାଣ୍ଡି : କଳାହାଣ୍ଡି ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ସହସମ୍ପାଦକ ସୁରେନ୍ଦ୍ର ବାଗ ତାଙ୍କ ନିଜ ମୋବାଇଲରୁ ଅଫିସିଆଲ ହ୍ଵାଟ୍ସଆପ ଗ୍ରୁପକୁ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତେବେ ଫଟୋକୁ ଜାଣିଶୁଣି ପୋଷ୍ଟ କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ଜଣାପଡି ନାହିଁ । ଏ ସମ୍ପର୍କରେ ଜୁନାଗଡ଼ ଆରଏମସି ସମ୍ପାଦକ ଟଙ୍କଧର ନାୟକ କହିଛନ୍ତି କି ଅଫିସ ଖୋଲିଲେ ତଦନ୍ତ ହେବ । ହେଲେ ଅଫିସିଆଲ ହ୍ଵାଟ୍ସଆପରେ ଏଭଳି ଅଶ୍ଳୀଳ ଫଟୋ କୁ ନେଇ ସବୁଠି ସମାଲୋଚନା ଚାଲିଛି । ଏଥିରେ ଦୋଷୀକୁ ଦଣ୍ଡ ଦେବାକୁ ଦାବି ହୋଇଛି ।