ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି, ୪ ଆହତ

ଭଞ୍ଜନଗର: ଭଞ୍ଜନଗର ଅତିରିକ୍ତ ଏସ୍ ପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭଞ୍ଜନଗର ଥାନା ଶାଳୁଆପଲ୍ଲୀ ନିକଟରେ ଘଟିଛି ଦୁର୍ଘଟଣା ହୋଇଛି । ଗଛରେ ପିଟିହୋଇ ଓଲଟି ପଡ଼ିଲା ଏଏସପି ରଞ୍ଜନ କୁମାର ଦେଙ୍କ ଗାଡ଼ି । ଏଥିରେ ଅତିରିକ୍ତ ଏଏସପିଙ୍କ ସମେତ ଶାଶୁ,ସ୍ତ୍ରୀ, ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ପଠାଇଥିଲେ । ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ଭଞ୍ଜନଗର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ସେହିପରି ଆଜି କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ରାସ୍ତା କଡକୁ ଓଲଟି ପଡିବାରୁ ୨ ଜଣ ଆହତ ହୋଇଛନ୍ତି । ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ତେବେ ୨ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ: ବାଇକ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା : ଜଣେ ମୃତ, ୨ ଗୁରୁତର