ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍‌

ସୁନ୍ଦରଗଡ଼(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର। ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍‌।

ସୁନ୍ଦରଗଡ଼ ଲେଫ୍ରିପଡ଼ାସ୍ଥିତ ତିନିମହଲା ଘର, ଚିତାଭଙ୍ଗାସ୍ଥିତ ଦୁଇମହଲା ବାସଭବନରେ ଚଢ଼ାଉ ଜାରି ରହିଛି। ଡୁମାରବାହଲର ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ପୈତୃକ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି। ୨ଟି ଟ୍ରାକ୍ଟର, ୩ଟି ବାଇକ୍‌, ୨ଟି ବୋଲେରୋ ଓ ଗୋଟିଏ କମାଣ୍ଡର ଜବତ ହୋଇଛି। ଚଢ଼ାଉରେ ୪ ଡିଏସପି, ୧୦ ଇନ୍‌ସ୍ପେକ୍ଟର,୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.