ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା -୨୦୨୫, ନଅ ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ ଦଶ ଜଣ ଜନଜାତି କୃଷକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ

ଭୁବନେଶ୍ୱର : ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା -୨୦୨୫ ।  ଏହି ଉତ୍ସବରେ ନଅ ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ ଦଶଜଣ ଜନଜାତି କୃଷକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ । ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ଵାରା ପ୍ରକାଶିତ ଜର୍ଣାଲ ‘ଦନଜା’ର ନୂତନ ସଂସ୍କରଣ ଉନ୍ମୋଚିତ ହେବ । ଏହି ଅବସରରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ସହିଦ୍ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ ମଧ୍ୟ କରାଯିବ । ସହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଶିକ୍ଷା ବର୍ଷରେ ଏକକାଳୀନ ୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।