ସିଡିଏସ୍‌ ପରୀକ୍ଷାରେ ଢେଙ୍କାନାଳର ଝିଅ ଦେଶରେ ଟପ୍ପର, ସଫଳତା ପାଇବାରେ ଅଦିତି ଓଡ଼ିଶାର ପ୍ରଥମ ମହିଳା

ଢେଙ୍କାନାଳ: ଢେଙ୍କାନାଳର ଝିଅ ଦେଶରେ ଟପ୍ପର । ସିଡିଏସ୍‌ ପରୀକ୍ଷାରେ ଅଦିତି ଆଣିଲେ ଗୌରବ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଳକ୍‌ ନାଧରା ଗାଁର ଝିଅ ଅଦିତି ପରିଡ଼ା । ସଂଯୁକ୍ତ ପ୍ରତିରକ୍ଷା ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଆଦିତି । ଏହି ସଫଳତା ପାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା । ସିଡିଏସ୍‌ ପରୀକ୍ଷା-୨୦୧୯ର ମହିଳା ବର୍ଗରେ ମୋଟ ୬୭ ଜଣ ଆଶାୟୀ କୃତିତ୍ୱ ହାସଲ କରିଥିବା ବେଳେ ଅଦିତି ସମସ୍ତଙ୍କୁ ପଛରେ ପକାଇ ଟପ୍ପର ହୋଇଛନ୍ତି ।

ପ୍ରଥମ ଉଦ୍ୟମରେ ଆଦିତି କୃତିତ୍ୱ ହାସଲ କରିଛନ୍ତି । ଅଦିତିଙ୍କ ସଫଳତା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଟ୍ଵିଟ୍‌ କରି ଅଦିତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଦିତିଙ୍କ ବାପା ସେନା ବାହିନୀରେ ବ୍ରିଗେଡିୟର ଥିଲେ । ପିଲାଟି ବେଳୁ ଆର୍ମି ପରିବେଶ ଅଦିତିଙ୍କୁ ସେନା ବାହିନୀ ସହିତ ଯୋଡି ଦେବା ପାଇଁ ପ୍ରେରିତ କରିଥିଲା ।

aditiସ୍ନାତକ ସରିବା ପରେ ସେନାରେ ଯୋଗ ଦେବାର ଲକ୍ଷ୍ୟ ନେଇ ସେ ପାଠ ପଢା ଆରମ୍ଭ କରିଥିଲେ । ବାପାଙ୍କ ଚାକିରି କାଳ ମଧ୍ୟରେ ସେ ଦେଶର ବିଭିନ୍ନ ଆର୍ମି ସ୍କୁଲରେ ପାଠ ପଢା ସାରି ସାମ୍ବାଦିକତାରେ ପୁନେରୁ ସ୍ନାତକ ହାସଲ କରିଥିଲେ । ପାଠ ପଢା ବ୍ୟତୀତ ଭଲିବଲ, ଓଡ଼ିଶୀ ଏବଂ ଭାରତନାଟ୍ୟମରେ ତାଙ୍କର ଟ୍ୟାଲେଣ୍ଟ ରହିଛି । ସଫଳତା ପାଇଁ ଅଦିତିଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.