ସୋର(କେନ୍ୟୁଜ୍): ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ । ବିସ୍ମିତ ଓ ବିଦ୍ୟାଶ୍ରୀଙ୍କ ନାଁରେ ଖଇରା ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ ଚିନ୍ମୟୀ । ମୃତ୍ୟୁ ମାମଲାକୁ ଦୁଇ ମାସ ପୂରିଛି । ଏବେ ବି ମାମଲା ଯେଉଁଠି ଥିଲା ସେଇଠି । ନା ରେଳବାଇ ପୋଲିସ ନା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କେହି ବି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟକୁ ଭେଦ କରିପାରିନାହାନ୍ତି । ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ଚିତ୍ର ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।
ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ପୂର୍ବତନ ଗର୍ଲଫ୍ରେଣ୍ଡ ଚିନ୍ମୟୀଙ୍କୁ ସମନ କରିପାରେ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଜେରାର ସମୁଖୀନ ହେବେ ଚିନ୍ମୟୀ । ଆଦିତ୍ୟଙ୍କ ସହ କେତେ ଦିନର ସମ୍ପର୍କ ? ଆଦିତ୍ୟଙ୍କୁ ବ୍ଲାକମେଲ ବା ଧମକ ଦେଉଥିଲେ କି ? ଆଦିତ୍ୟଙ୍କ କିଛି ଭିଡ଼ିଓ ଚିନ୍ମୟୀଙ୍କ ପାଖରେ ରହିଛି କି ? ଏସବୁ ପ୍ରଶ୍ନ ପଚାରି ପାରେ କ୍ରାଇମବ୍ରାଞ୍ଚ । ଅନ୍ୟପଟେ ବିସ୍ମିତଙ୍କୁ ଗିରଫ କରିବା ପାଇଁ ଦାବି କଲେ ଚିନ୍ମୟୀ ।