ମାଲକାନଗିରି ସୀମାରେ ଏକାଠି ହେଲେ ହଜାର ହଜାର ଆଦିବାସୀ, ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣକୁ ବିରୋଧ

ମାଲକାନଗିରି(କେନ୍ୟୁଜ୍): ଛତିଶଗଡ଼ର ଡ୍ୟାମ ନିର୍ମାଣକୁ ବିରୋଧ। ମାଲକାନଗିରି ସୀମାରେ ଏକାଠି ହେଲେ ହଜାର ହଜାର ଆଦିବାସୀ। ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଏକାଠି ହୋଇଥିଲେ ମହୁପଦର ପଞ୍ଚାୟତ ଓ ଟେମୁରପାଲୀ ପଞ୍ଚାୟତର ହଜାର ହଜାର ଆଦିବାସୀ। ଏହି ଡ୍ୟାମ୍‌ ନିର୍ମାଣ ହେବା ଫଳରେ ଓଡ଼ିଶାର ୪୭ଟି ଗାଁ ଓ ଚାଷଜମି ବୁଡିଯିବାର ଆଶଙ୍କା ରହିଛି। ତେଣୁ ଏହା ବିରୁଦ୍ଧରେ ଏକାଠି ହୋଇଛନ୍ତି ଆଦିବାସୀ। ତେଣୁ ଆଦିବାସୀ ମେଳିରେ ଡ୍ୟାମ୍‌ ନିର୍ମାଣ ଯୋଜନାକୁ ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି। ନଚେତ୍‌ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରିବା ପାଇଁ ସଂଘ ପକ୍ଷରୁ ନିଷତ୍ତି ନେଇଛି।