ରାଜ୍ୟ

ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, ମୁକାବିଲା ପାଇଁ ପ୍ରଶାସନ ସଜାଗ

କେନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ହେଲେ ଏହାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟରେ ଥିବା ୨୦ ୟୁନିଟକୁ ସଜାଗ ରଖାଯାଇଛି । ସମସ୍ତ ଉପକରଣକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏହାସହ କଟକ OMP ଠାରେ ଥିବା ଓଡ୍ରାଫ ୟୁନିଟ ମଧ୍ୟ ପ୍ରସ୍ତୁତ । ବାତ୍ୟା ନେଇ ନିର୍ଦ୍ଦିଷ୍ଟ ତଥା ସଦ୍ୟ ସୂଚନା ପାଇବା ପରେ ପବରର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ କଟକ ଓଏମ୍‌ପିରେ ସ୍ଥିତ ଷଷ୍ଠ ବାଟାଲିୟନରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପୋଲିସ ଟିମ୍‌ ଓ ଓଡ୍ରାଫ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ସେପଟେ  ସମ୍ଭାବ୍ୟ ବାତ୍ୟା ‘ୟସ୍‌’ ମୁକାବିଲା ପାଇଁ ମତ୍ସ୍ୟଜୀବୀଙ୍କୁ ସଚେତନ କଲା ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗ। ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଅସ୍ତରଙ୍ଗର ଉପକୂଳବର୍ତ୍ତୀ ଗାଁ ମାନଙ୍କରେ ବସବାସ କରୁଥିବା ପ୍ରାୟ କୋଡିଏ ହଜାର ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାପାଇଁ ସଚେତନ କରାଯାଇଛି। ସେମାନଙ୍କ ଡଙ୍ଗା ,ଜାଲ,ଇଞ୍ଜିନକୁ ସୁରକ୍ଷିତ ସ୍ଥାନରେ ରଖିବାପାଇଁ କୁହାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛଧରିବା ପାଇଁ ଯାଇଛନ୍ତି ସେମାନଙ୍କୁ ଆଜି ସନ୍ଧ୍ୟା ସୁଧା ଫେରାଇ ଆଣିବାକୁ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରିବାପାଇଁ କୁହାଯାଇଛି । ଆଜି ସକାଳେ କେତେକ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କାକରି ମଶ୍ଚ୍ୟଜୀବୀ ମାନେ ଏବେଠାରୁ ଆତଙ୍କିତ ହୋଇପଡିଲେଣି।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

11 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

26 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

39 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

40 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago