ରାଜ୍ୟ

ଝାରସୁଗୁଡା: କେନ୍ୟୁଜର ପ୍ରଭାବ: ୨୪ରେ ଖବର ପ୍ରସାରଣ ହେଲା ଆଉ ୨୬ରେ ଦିବ୍ୟାଙ୍ଗ ପରିବାରକୁ ସହାୟତା ମିଳିଲା

ଝାରସୁଗୁଡା(କେନ୍ୟୁଜ୍):  କେନ୍ୟୁଜର ପ୍ରଭାବ। ଚେତିଲା ପ୍ରଶାସନ। ଶେଷରେ ଭିନ୍ନକ୍ଷମ ପରିବାରକୁ ମିଳିଲା  ସହାୟତା । ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁର ସୁରେନ୍ଦ୍ର ଗଡୁଆଲ କଷ୍ଟରେ ଦିନ କାଟୁଥିଲେ। ନିଜର ଏକ  ୮ବର୍ଷର ଭିନ୍ନକ୍ଷମ ପୁଅକୁ ଭରଣପୋଷଣ ପାଇଁ ନୟାନ୍ତ ହୋଇ ପଡିଥିଲେ ସୁରୋନ୍ଦ୍ର।  ଏହି ଘଟଣା  ଜଣିବା ପରେ ଆମ ପ୍ରତିନିଧି ସନ୍ତୋଷ  ସାହୁ ସୁରେନ୍ଦ୍ରଙ୍କ ଘରକୁ ଯାଇଥିଲେ। ସେଠାକାର ସ୍ଥିତି ସବୁକୁ କ୍ୟାମେରାରେ ରେକର୍ଡ କରି କେନ୍ୟୁଜରେ ପ୍ରସାରିତ କରିଥିଲେ। ଭିଡିଓ ପ୍ରସାରିତ ହେବା ପରେ ବିଡିଓ ମହାଶୟ ତତ୍ପରତା ଦେଖାଇ ସେହି ପରିବାରକୁ ଗତକାଲି ୪ ମାସର ଭତ୍ତା ପଇସା ପ୍ରଦାନ କରିଛନ୍ତି । ଏହା  ପରେ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ମଧ୍ୟ  ଦେଇଛନ୍ତି ବିଡିଓ ମହାଶୟ। ସାହାତୟ ପାଇବା  ପରେ ସୁରେନ୍ଦ୍ର ଓ  ତାଙ୍କ ପରିବାର  କେନ୍ୟୁଜକୁ ଧନ୍ୟବାଦ ଦେବା ସହିତ ସରପଞ୍ଚ ଓ ବିଡ଼ିଓକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ତେବେ ନଜର ପକାନ୍ତୁ ପୂରା ଘଟଣା ଉପରେ

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକଜାମଗାଁର ଭିନ୍ନକ୍ଷମ ସୁରନ୍ଦ୍ରେ ଗଡୁଆଲ(୪୦)ଙ୍କ ଚାରି ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଘରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କୁ ପକ୍କା ଘରଟିଏ ମିଳିପାରୁ ନାହିଁ । ଅନ୍ୟପଟେ ସୁରେନ୍ଦ୍ର ଓ ତାଙ୍କ ପୁଅ ଶୁଭମ ଗଡୁଆଲ(୮) ଦିବ୍ୟାଙ୍ଗ ଅଟନ୍ତି । ୬ ମାସ ପୂର୍ବରୁ ସେମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ ପଂଚାୟତ କାର୍ଯ୍ୟାଳୟରେ ପ୍ରଦାନ କରି ଭତ୍ତା ଆବେଦନ କରିଥିଲେ, ହେଲେ ଆଜି ଯାଏଁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳି ନାହିଁ । ଫଳରେ ଅତି ଦୟନୀୟ ଅବସ୍ଥାରେ ସେମାନେ ଦିନ କାଟୁଥିବା ସୁରେନ୍ଦ୍ର କହିଛନ୍ତି । ସୁରେନ୍ଦ୍ର ଜଣେ ପରିଶ୍ରମି ଯୁବକ ଥିଲେ । ହୀରାକୁଦ ଜଳଭଣ୍ଡାରରୁ ମାଛଧରି ପରିବାର ଗୁଜୁରାଣ କରୁଥିଲେ । ଗାଁରେ ସୁରେନ୍ଦ୍ର ଜଣେ ପରୋପକାରୀ ଭାବରେ ବେସ୍‌ ଜଣାସୁଣା । କିନ୍ତୁ କ’ଣ ହେଲା କେଜାଣି ୬ ବର୍ଷ ପୂର୍ବେ ସୁରେନ୍ଦ୍ରର ଆଖି ଧିରେ ଧିରେ ଦୃଷ୍ଟି ଶକ୍ତି କମିବାରେ ଲାଗିଲା । ପରେ ସୁରେନ୍ଦ୍ରଙ୍କ ପତ୍ନୀ ଭୂମିସୁତା ପତି ଏବଂ ପୁଅକୁ ନେଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ସୁରେନ୍ଦ୍ରଙ୍କର ଥରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା କିନ୍ତୁ କିଛି ସୁଫଳ ମିଳିଲା ନାହିଁ।

ସେମିତି ଭିନ୍ନକ୍ଷମ ପୁଅ ଶୁଭମକୁ ମଧ୍ୟ ଝାରସୁଗୁଡ଼ା ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ସେତେବେଳେ ଡ଼ାକ୍ତର ଶୁଭମ ଔଷଧରେ ଠିକ ହେଇଯିବ ବୋଲି କହିଥିଲେ । ଥରେ ଝାରସୁଗୁଡ଼ାରୁ ଶୁଭମ ପାଇଁ ଔଷଧ କିଣି ଭୁମିସୂତା ଆଣିଥିଲେ କିନ୍ତୁ ଅର୍ଥ ଅଭାବରୁ ଆଉ ଦାମିକିଆ ଔଷଧ କିଣିବା ଭୁମିସୂତାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଲା । ଫଳରେ ଭିନ୍ନକ୍ଷମ ପୁଅର ଚିକିତ୍ସା ମଧ୍ୟ ଅଧାରେ ରହିଯାଇଥିଲା ।

ଭୁମିସୂତାଙ୍କର ଏକତିନି ବର୍ଷର ଝିଅ କୌଶଲ୍ୟା ମଧ୍ୟ ରହିଛି । ସୁରେନଦ୍ରର ଆଖି ଚାଲିଯିବାପରେ ଏବେ ଘର ଚଳାଇବା ଦାୟିତ୍ୱ ଭୁମିସୂତାଙ୍କ ଉପରେ । କେତେବେଳେ ଭୁମିସୂତା ଜଳଭଣ୍ଡାରରୁ ମାଛଆଣି ତାକୁ ସୁଖୁଆ କରି ବିଭିନ୍ନ ହାଟରେ ବିକ୍ର କରୁଛନ୍ତି ତ କେତେବେଳେ ଅନ୍ୟଘରେ ମୁଲ ଲାଗି ଯାହାମିଳେ ତାହା ପରିବାର ପୋଷଣ ହୁଏ । ଲକଡ଼ାଉନ ପାଇଁ ତାହା ମଧ୍ୟ ବନ୍ଦ ହୋଇ ରହିଛି । ଭଙ୍ଗାଘରେ ଅତି ଦୟନିୟ ଅବସ୍ଥାରେ ସୁରେନ୍ଦ୍ରଙ୍କ ପରିବାର ରହୁଛନ୍ତି। ଏନେଇ ତାଙ୍କ ପରିବାରକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ କି ବିଜୁ ପକ୍କା ଘର ଯୋଜନାରେ ଖଣ୍ଡିଏ ଘର ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଏନେଇ ଗ୍ରାମ ପଂଚାୟତବର୍ତ୍ତମାନ ପର୍ଯ୍ୟନ୍ତ ସୁରେନ୍ଦ୍ରଙ୍କୁ ଭତ୍ତା ଟଙ୍କା ଏବଂ ଘର ଖଣ୍ଡିଏ ଦେବାକୁ କାହିଁକି ଆଗଭର ହୋଇନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଥିଲା।

 

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

4 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

4 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

21 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

22 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

26 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

49 mins ago