ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ +୩ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଦିନ ୧୧ଟାରେ www.samsodisha.gov.in ରେ ଫର୍ମ ଉପଲବ୍ଧ ହେବ। ଆବେଦନର ଶେଷ ତାରିଖ ରହିଛି ଜୁଲାଇ ୮। ଜୁଲାଇ ୧୧ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ସମସ୍ତ ଡକ୍ୟୁମେଣ୍ଟ ଓ ଫି ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ। ଜୁଲାଇ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୧୯ରୁ ୨୪ ତାରିଖ ମଧ୍ୟରେ ନାମଲେଖା ହେବ। ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୨୪ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ। ରାଜ୍ୟରେ ଥିବା ୧୦୩୬ଟି ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେବ ପାଠପଢା।