ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟକୁ ମିଳିବ ଆଗୁଆ ସହାୟତା, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଗଲା ନିର୍ଦ୍ଦେଶ

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟକୁ ମିଳିବ ଆଗୁଆ ସହାୟତା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେଟ ଡିଜାଷ୍ଟର ରେସ୍ପନ୍ସ ଫଣ୍ଡ ବା ଏସ୍ଡିଆରଏଫ୍କୁ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାକୁ ୩୪୦ କୋଟି ଟଙ୍କା ସହାୟତା ମିଳିବ । ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଏହି ସହାୟତା ଦିଆଯିବ । ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ତାମିଲନାଡୁକୁ ୩୦୯ କୋଟି ଓ ପଶ୍ଚିମବଙ୍ଗକୁ ୨୩୫ କୋଟି ଟଙ୍କା ମିଳିବ ।