ତେଜିଲା ବିବାଦ : ଆଇନଜୀବୀ-ଆଇନଜୀବୀ ମୁହାଁମୁହିଁ, ହାଇକୋର୍ଟ ପରିସରରେ ପୋଲିସ୍ ଛାଉଣୀ

କଟକ(କେନ୍ଯୁଜ୍) : ତେଜିଲା ଆଇନଜୀବୀଙ୍କ ବିବାଦ । କାର୍ଯ୍ଯବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ କାର୍ଯ୍ଯରେ ଯୋଗ ଦେବାକୁ ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀ ଯାଇଥିବା ବେଳେ ଏହାକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଛନ୍ତି । ଫଳରେ ବିବାଦ ଦେଖାଦେଇଛି । ଏପରିକି କାର୍ଯ୍ଯରେ ଯୋଗଦେବାକୁ ଯିବାବେଳେ ବିଜେଡି ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅସିମ ଅମିତାଭ ଦାସ୍‌ଙ୍କୁ ଆକ୍ରମଣ ହୋଇଛି । ପୋଲିସ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି ।

ssହାଇକୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶନିବାର ବିଜେଡିି ଲିଗାଲ ଫ୍ରଣ୍ଟ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନରୁ ଓହରିଥିଲା । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ଯବନ୍ଦ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଥିବା ବିଜେଡି ଆଇନଜୀବୀ ଫ୍ରଣ୍ଟ କହିଛି । ଏବେ ପ୍ରାୟ ୨୬ହଜାର ଆଇନଜୀବୀ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଅଛନ୍ତି । କଟକରେ ଆଡଭୋକେଟ୍‌ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏହାକୁ ନେଇ ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ଯ୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ତେବେ ଆନ୍ଦୋଳନରୁ ବିଜେଡି ଲିଗାଲ ଫ୍ରଣ୍ଟ୍‌ର ଆଇନଜୀବୀ ଓହରିବା ପରେ ଘଟଣା ଏବେ ନୂଆ ମୋଡ ନେଇଛି ।