ବାଲେଶ୍ଵର : ଖସୁଛି ବନ୍ୟାପାଣି, କମୁନି ବିପନ୍ନଙ୍କ ଦୁର୍ଦ୍ଦଶା । ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦ୍ଵାରା ୪ଟି ବ୍ଲକର ଲୋକେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ବାଲିଆପାଳ ଅଞ୍ଚଳରେ ଚୌଧୁରୀ କୁଦ ନିକଟରୁ ୧୦ ଘଣ୍ଟା ପରେ ପାଣି ଘେରରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ଚୌଧୁରୀକୁଦ ଅଞ୍ଚଳର କାର୍ତ୍ତିକ ଦଣ୍ଡପାଟ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବନ୍ୟାରେ ସବୁ ଲୋକେ ଘରଛାଡି ସୁରକ୍ଷିତ ସ୍ଥାନକୁ ଯାଇଥିବା ବେଳେ ବ୍ୟକ୍ତି ଜଣକ ଘରେ ରହିଯାଇଥିଲେ । ପରେ ଜଳସ୍ତର ବଢିବାରୁ ଏକ ଗଛ ଡ଼ାଳକୁ ଧରି ଆଶ୍ରୟ ନେଇ ଥିଲେ । ଆଠଗଡ଼ର ଅଗ୍ନିଶମ ବିଭାଗ ଟିମ୍ ଉଦ୍ଧାର ପରେ ବାଲିଆପାଳ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି ।
ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ବ୍ଯାପକ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଭୟ ରହିଥିଲା । ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ଯା ପାଣି ପ୍ରବେଶ କରିବା ସହ ଗାଁ ମାନଙ୍କରେ ମଧ୍ଯ ବନ୍ଯା ପାଣି ପଶିଛି। ଲଘୁଚାପ ପ୍ରଭାବ ରେ ଲଗାଣ ବର୍ଷା ଯୋଗୁଁ ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ ଗେଟ୍ ଭୁଷୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।